ବାଇବଲ · Indian Revised Version (Odia)
ଗୀତସଂହିତା 134
1 ଦେଖ, ହେ ସଦାପ୍ରଭୁଙ୍କ ଦାସସକଳ, ରାତ୍ରିକାଳରେ ସଦାପ୍ରଭୁଙ୍କ ଗୃହରେ ସେବା କରୁଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
2 ତୁମ୍ଭେମାନେ ଧର୍ମଧାମ ଆଡ଼େ ଆପଣା ଆପଣା ହସ୍ତ ଉଠାଅ ଓ ସଦାପ୍ରଭୁଙ୍କର ଧନ୍ୟବାଦ କର।
3 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0