ବାଇବଲ · Indian Revised Version (Odia)

ଗୀତସଂହିତା 131

1 ହେ ସଦାପ୍ରଭୋ, ମୋʼ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋʼ ଦୃଷ୍ଟି ଗର୍ବୀ ନୁହେଁ; କିଅବା ମୁଁ ମହତ୍ ମହତ୍ ବ୍ୟାପାରରେ, ଅଥବା ମୋʼ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ ନାହିଁ।

2 ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି, ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି; ମୋʼ ପ୍ରାଣ ମୋʼ ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି ଅଛି।

3 ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କଠାରେ ଭରସା ରଖ।

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0