ବାଇବଲ · Indian Revised Version (Odia)
ଗୀତସଂହିତା 123
1 ହେ ସ୍ୱର୍ଗୋପବିଷ୍ଟ ସଦାପ୍ରଭୁ, ମୁଁ ତୁମ୍ଭଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରେ।
2 ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ; ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ।
3 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ଦୟା କର, ଆମ୍ଭମାନଙ୍କୁ ଦୟା କର; କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ ହୋଇଅଛୁ।
4 ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀମାନଙ୍କ ଅବଜ୍ଞାରେ ଆମ୍ଭମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0